Living in Bhubaneswar
Friday, February 12, 2016
ଭଜନ - ଦୀନବାନ୍ଧବ ହେ କେ କି ଦେଲା ମୁଁ ନ ଦେଲି
କବି - ବଙ୍କା ଦାସ
ଗାୟକ - ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=1iPFb7yzHPM
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଦୀନ ବାନ୍ଧବ ହେ ! କେ କି ଦେଲା ମୁଁ ନ ଦେଲି ?
ଟେକିଅଛ କର ଡାକିଲା ପ୍ରକାର
ଠକି ଦେଲ ମୁଁ କି କଲି ।।
ତାରିଛ କରୀକି ମାରି ତା ଅରିକି
ସ୍ମରି ସେ ହେବାରୁ ଘାଲି
ବାଜାବଜା ପାପୀ ରାଜା ଅଜାମିଳ
ସଜାରୁ ହୋଇଲା ଖାଲି ।୧।
ଡରି ମରୁଥିଲା ହରି ଘେନି ଗଲା
ତରିଗଲା ହରି ବୋଲି ।
ଗଞ୍ଜାଇ ଭୁଞ୍ଜାଇ ଗଞ୍ଜାଇ ମାରୁଛ
କେଉଁ ଅପରାଧ କଲି ।୨।
ଅନ୍ଧ ବିପ୍ରକୁ ଚକ୍ଷୁଦାନ ଦେଲ ତା
ପୁତ୍ର ସଙ୍ଗେ ଖେଳି ବାଲି ।
ଅଧମ ଦାସକୁ ଉଦ୍ଧରିଲ ନାହିଁ
ବଧ ହେଲି ବୁଲି ବୁଲି ।୩।
ପିଲାଟି ଦିନରୁ ଡକା ପକାଉଛି
ଫକା ହୁଅନ୍ତାଣି ନାଲି ।
ବଙ୍କା ବୋଲେ ଚକା ନେତ୍ର ନ ଜାଣଇଁ
ଏଡ଼େ ଡକାଇତ ବୋଲି ।୪।
No comments:
Post a Comment
‹
›
Home
View web version
No comments:
Post a Comment