Living in Bhubaneswar
Monday, November 09, 2015
ସମ୍ବଲପୁରୀ ଲୋକ ଗୀତ - ଡାଲ୍-ଖାଇରେ
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍
ଗାୟକ - ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଓ ବିଭୁତି ପଟ୍ଟନାୟକ
କବି - କାର୍ତ୍ତିକେଶ୍ୱର ନାୟକ
ସଙ୍ଗୀତ - ପ୍ରଭୁଦତ୍ତ ପ୍ରଧାନ
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=S9r-hNwBTYI
ଡାଲ୍ ଖାଇରେ ଡାଲ୍ ଖାଇରେ
ଲାଲ ଗୁଲୁ ଗୁଲୁ ଫଗୁର୍ ବରନ
କେତେ ବରନ୍ ହେସି ଫୁଲର୍ ଫଗୁନ
ଫଗୁନ ମାସରେ ଦୋଲ ଯାତରା
ଯାତରା କେ ଯିବା ଉଦିଆ ତରା
ଯମୁନାର୍ କୁଲେ କଦମର୍ ମୂଲେ
ମନ୍ ମହକିଲା ବଏଁସି ସୂରେ
ଫଗୁ ଉଡୁଥିବା ସହିଲୋ
ମୟୁର ଚୁଲେ ଗୋ ଡାଲ ଖାଇରେ ।
ଡାଲ୍ ଖାଇରେ ଡାଲ୍ ଖାଇରେ
ସୁରୁ ସୁରୁ ଲାଲ ଗିରେଲ ଫୁଲ
କିଣି ଯିବା ଚାଲ ତେମୁଲ ଝାର
ତେମୁଲ ଝାରେବେ ଥିମା ମହୁଲ
ମହୁଲ ମଦନେ ହୋଇବା ଭୋଲ
ବାଜିବ ଢୋଲ ଚାଙ୍ଗୁ ମାଦଲ
ଝାଇଁ ମାରିଦେବା ସହିଲୋ
କଲା କଜଲ ରେ ଡାଲ୍ ଖାଇରେ ।
ଡାଲ୍ ଖାଇରେ ଡାଲ୍ ଖାଇରେ
ବାସ ଗହଗହ ଆମ ବଉଲ
ଲାଲ ଚହଚହ ଶିମେଲ ଫୁଲ
ଶିମେଲ ଫୁଲେ ଗୋ ଯିମା ମୁକୁଟ
ମୁକୁଟ ପିନ୍ଧିବା ନନ୍ଦର ଚାଟ
ଫଗୁନ ଜନ ଛନକେ ମନ
ଫଗୁ ଖେଲୁଥିବା ଜନକେ ଜନ
ଫଗୁ ରଙ୍ଗେ ହେବା ରଙ୍ଗେଇ
ଲାଲ ବରନ ରେ ଡାଲ ଖାଇରେ ।
No comments:
Post a Comment
‹
›
Home
View web version
No comments:
Post a Comment