Living in Bhubaneswar
Saturday, November 28, 2015
ଭଜନ - ମେଘମାଳାକୁ ନିନ୍ଦି କଳାକୁ
ଗାୟକ - ଅକ୍ଷୟ ମହାନ୍ତି
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=rTbiLz743qQ
ମେଘ ମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ
ଏ ଭବ ସରିତେ ତରିଗଲେ ଭକ୍ତେ
ଆଶ୍ରେ କରି ଯାର ନାମ ଭେଳାକୁ
ସଦାଶିବ ହର ହୋଇଲେ ଅମର
କୋଳେ ଧରିଛନ୍ତି ଗିରିବାଳାକୁ
ଗୁନ୍ଥିମାଳାକୁ ପିନ୍ଧି ଗଳାକୁ
ନାମ ଜପୁଛନ୍ତି କଳାଧଳାକୁ
ସତ୍ୟରେ ଶ୍ରୀପତି ସମୁଦ୍ରକୁ ମନ୍ଥି
ତହିଁରୁ ଜାତ କଲେ କମଳାଙ୍କୁ
ଦେବାସୁର ଯୁଦ୍ଧେ ଅମୃତ ବିବାଦେ
ମୋହିନୀ ହୋଇଲେ ଦେବ ଛଳାକୁ
ରାହୁ ବଳାକୁ ଛେଦି ହେଳାକୁ
ମୋହ କଲେ ମହାଦେବ ଭୋଳାକୁ
ଏ କଳି ଯୁଗରେ କଳ୍ପବଟ ମୂଳେ
ମାଡି ବସିଛନ୍ତି ଲକ୍ଷେ ଶିଳାକୁ
ଯେ ଖାଇଲେ ଅନ୍ନ ନେଲେ ଜାତି ଧର୍ମ
କେହି ନ ଖୋଜଇ କାହା ଧର୍ମକୁ
କ୍ଷେତ୍ର ସ୍ଥଳାକୁ ମୁକ୍ତି ଖଳାକୁ
ଭାବେ ହୃଦାନନ୍ଦ ସନ୍ଥ ମେଳାକୁ
ମେଘ ମାଳାକୁ ନିନ୍ଦେ କଳାକୁ
ଚାହାଁ ବାରେ ମନ ଚକାଡ଼ୋଳାକୁ
No comments:
Post a Comment
‹
›
Home
View web version
No comments:
Post a Comment