Living in Bhubaneswar
Friday, November 13, 2015
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
କବି - ବନମାଳୀ ଦାସ
ନର୍ତ୍ତକୀ - ମେଘନା ଦାସ
ସଙ୍ଗୀତର ୟୁଟ୍ୟୁବ୍ ଭିଡିଓକୁ ଲିଙ୍କ୍ - https://www.youtube.com/watch?v=OWXAbYv8SK8
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍
ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ।
ତୋ ଲାଗି ନ ଯିବି ଯମୁନା ରେ କାଳିଆ ସୁନା ।।
ନିତି ଏହି ବାଟେ ଯାଉରେ କାଳିଆ, ନିତି ଏହି ବାଟେ ଯାଉ ।
ହାଟରେ କଉଡି ମାଗିଲେ କାଳିଆ ମୂରଲୀ ବଜାଉ ଥାଉ ।।
ତୁହି ଗୋପପୁରେ ରଜାରେ କାଳିଆ ତୁହି ଗୋପପୁରେ ରଜା ।
କେମନ୍ତ ସଜରେ ମୂରଲୀ ବଜାଉ, ଆହୁରି ଟିକିଏ ବଜା ।।
ତୁହି ଅଟୁ ନନ୍ଦ ଚାଟରେ କାଳିଆ ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ ନିତି ମାଗୁଥାଉ ଘାଟ ।।
ତୁହି ବଡ ଘର ପୁ୍ଅରେ କାଳିଆ ମୁହି ବଡ ଘର ବୋହୁ ।
ସରମ ତୋ ମୁଖେ ନାହିଁ ରେ କାଳିଆ ମରମ କଥାଟି କହୁ ।।
କହଇ ବଲ୍ଲଭାନନ୍ଦ ଏ ରସରେ ଶୁଣ ଆଗେ ସଖୀବୃନ୍ଦ ।
ଯମୁନା କୂଳରେ ମୂରଲୀ ବଜାଏ ତୁମ୍ଭ ଘେନି କୃଷ୍ଣଚନ୍ଦ୍ର
।।
No comments:
Post a Comment
‹
›
Home
View web version
No comments:
Post a Comment