Living in Bhubaneswar

Friday, September 04, 2015

ସାଲବେଗ ଭଜନ


ଏକା ତୋ ଭକତ ଜୀବନ


ଗାୟକ - ଅକ୍ଷୟ ମହାନ୍ତି 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=-tnKa9D5Dn4



ଏକା ତୋ ଭକତ ଜୀବନ ।
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ।।

ଭକତ ତୋ ପିତାମାତା ଭକତ ତୋ ବନ୍ଧୁ ।
ଭକତ ହିତରେ ତୋର ନାମ କୃପାସିନ୍ଧୁ।।

ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ ।
ଭକତ ପଛରେ ତୁହି ଥାଉ ସେହି ଭାବେ।।

ବାପା ମୋ ମୋଗଲପୁଅ ମାତେ ମୋ ବ୍ରାହ୍ମଣୀ ।
ଏ ତୁଲେ ଜନ୍ମିଲି ହିନ୍ଦୁ ନଖାଏ ମୋ ପାଣି।।

କହେ ସାଲବେଗ ହୀନ ଜାତିରେ ଯବନ ।
ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।
livinginbhubaneswar at 16:13
Share

No comments:

Post a Comment

‹
›
Home
View web version

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile
Powered by Blogger.