Living in Bhubaneswar
Tuesday, September 15, 2015
ଭୀମଭୋଇ ଭଜନ - ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଗାୟକ - ଶ୍ରୀ ରଘୁନାଥ ପାଣିଗ୍ରାହୀ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=X5wtlcbRAKo
ସନ୍ଥକବି - ଭୀମଭୋଇ
ଫଟୋ କ୍ରଡିଟ୍ - ୱିକିମିଡିଅ କମନସ୍
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ ।୧।
ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢୁଅଛି ଜଳ ନାହିଁ ନଦୀକୂଳ
ବଢୁଅଛି ଜଳ ନାହିଁ ନଦୀକୂଳ
ଉଲକାପାଦଧାରା ବହି ହେ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ । ୨।
ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଥିରୁ ନେତ୍ରରେ ଦିଶୁଛି
ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଥିରୁ ନେତ୍ରରେ ଦିଶୁଛି
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୩।
ଛାଇ ପଡି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢି ନାହିଁ ଫଳିଅଛି ଫଳ
ଛାଇ ପଡି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୪।
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ ।
No comments:
Post a Comment
‹
›
Home
View web version
No comments:
Post a Comment